ତଲସରା: ବଡ଼ଗାଁ ନର୍ସିଂ କଲେଜ ପ୍ରାଙ୍ଗଣରେ ବିଶ୍ଵ ଏଡସ ଦିବସ ପାଳିତ
ନର୍ସିଂ କଲେଜ ରେ ଆୟୋଜିତ ସଚେତନତା ସଭାରେ ବଡ଼ଗାଁ ସିଏଚସି ର ଡାକ୍ତର ବିଶ୍ବରଂଜନ ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ସରୋଜ କୁମାର୍ ବେହେରା, ତୃପ୍ତିମୟୀ ଝାଗର, ଵିଏନସି ର ଡାକ୍ତର ଅନିକା ଗିରି ଯୋଗଦେଇଥିଲେ। ଡାକ୍ତର ସାହୁ ଏଡ୍ସ ସମ୍ପର୍କିତ ଭ୍ରାନ୍ତି, ଭୟ ଓ ମିଥ୍ୟା ଧାରଣା କୁ ଦୂର କରିବାକୁ କହିଥିଲେ। ଯୋଗଦେଇଥିବା ସମସ୍ତ ଅତିଥି ମାନେ ,ସମସ୍ତ ଙ୍କ ସମ୍ମିଳିତ ପ୍ରୟାସ ରେ ଏଡ୍ସ ପ୍ରତିରୋଧ , ସୁରକ୍ଷିତ ଆଚରଣ, ଏଡ୍ସ ସମ୍ପର୍କରେ ସଠିକ୍ ଜ୍ଞାନ ପ୍ରଦାନ ର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ଏଡ୍ସ ସଚେତନତା ସମ୍ବନ୍ଧୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।