ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ପିଏମଶ୍ରୀ ବିଦ୍ୟାଳୟରେ ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ଜଗତଙ୍କ ତତ୍ବାବଧାନରେ ଗତ ଦୁଇ ଦିନ ଧରି ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସନ୍ଧ୍ୟା ୫ ଟାରେ ଆୟୋଜିତ ହୋଇଥିବା ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଇଓ ରୁକ୍ମଣୀ ପ୍ରଧାନ ଯୋଗ ଦେଇ ଶିକ୍ଷା ସହ କ୍ରୀଡ଼ାର ମହତ୍ତ୍ଵ ନେଇ ମତ ବ୍ୟକ୍ତ କରିଥିଲେ।