ଆନନ୍ଦପୁର: ତେମଳା ଓ ଜଳକଳଙ୍ଗ ପୂଜା ମଣ୍ଡପ ବୁଲିଲେ ଆନନ୍ଦପୁର ବିଧାୟକ
ତେମଳା ଓ ଜଳକଳଙ୍ଗ ଲଷ୍ମୀପୂଜା ମଣ୍ଡପ ବୁଲିଲେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି। ବିଧାୟକ ଶ୍ରୀ ସେଠି ଆଜି ସନ୍ଧ୍ୟା ସାତଟା ବେଳେ ଜଳକଳଙ୍ଗ ପୂଜା ମଣ୍ଡପ ବୁଲିବା ସହିତ ମା ଲଷ୍ମୀଙ୍କ ନିକଟରେ ପୂଜାର୍ଚନା କରିଥିଲେ। ପରେ ରାତି ଆଠଟା ବେଳେ ତେମଳା ପୂଜା ମଣ୍ଡପ ବୁଲି ଗାଁ ଲୋକଙ୍କ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।