ବରଗଡ: ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ଗାନ୍ଧୀ ଛକ ଠାରୁ ଅନୁଷ୍ଠିତ ହେଲା ସାଇବର ସଚେତନତା ରାଲି
ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି | ରବିବାର ସକାଳ 8 ଘଣ୍ଟା ସମୟରେ ବରଗଡ଼ ଗାନ୍ଧି ଛକ ଠାରୁ ଏହି ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା | ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଏସପି ପ୍ରହଲ୍ଲାଦ ସାହାଇ ମିନା ଯୋଗଦେଇ ସାଇବର ଠକେଇକୁ ନେଇ ଜନସାଧାରଣଙ୍କୁ ସଚେତନ କରିଥିଲେ | ବରଗଡ଼ ଜିଲ୍ଲା ପୋଲିସ ବିଭାଗର ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଯୋଗଦେଇ ଏହି ରାଲି ମାଧ୍ୟମରେ ସାଇବର ଠକେଇରୁ କିପରି ବଞ୍ଚିପାରିବା ସେନେଇ ଜଣାଇଥିଲେ ।