ମାଲକାନଗିରି: ନୀଳାକାମ୍ବେରୁ ଗ୍ରାମରେ ନିଶାସକ୍ତ ଅବସ୍ଥାରେ ଥିବା ଅଟୋ ଚାଳକ ସାମ୍ନା ପଟୁ ବସ କୁ ପିଟି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ସଦର ପଂଚାୟତ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଦୁର୍ଘଟଣା ଅପରାହ୍ଣ ୫ଟା ସମୟରେ ହୋଇଛି। ସୂଚନା ମୁତାବକ ବସଟି ସୁବର୍ଣ୍ଣପୁର ଅଭିମୁଖେ ଯାଉଥିବା ବେଳେ ଏକ ମଦ୍ୟପ ଅଟୋ ଚାଳକ ନିଶାଶକ୍ତ ଅବସ୍ଥାରେ ବସ କୁ ସାମ୍ନା ପଟୁ ନେଇ ପିଟିଥିଲେ। ପ୍ରଥମେ ଏକ ବାଇକ କୁ ସାମ୍ନା ପଟୁ ବାଡେଇ ବସ କୁ ନେଇ ଧକା କରିଥିଲେ ଅଟୋ ଚାଳକ। ତେବେ ଅଟୋରେ କେହି ନଥିବା ବେଳେ ବସ ଯାତ୍ରୀ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ମଦ୍ୟପ ଅଟୋ ଚାଳକ ଙ୍କୁ ଅଟକାଇ ଓର୍କେଲ ପୋଲିସ ଜିମାରେ ଦେଇଥିଲେ।