ନିଆଁରେ ପୋଡ଼ି ହୋଇ ଜଣେ ବୃଦ୍ଧା ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ହୁଲୁରସିଙ୍ଗା ଗ୍ରାମର ଭାମର ସାହୁ (୮୫) ଘରେ ବସି ନିଆଁ ପଇଁ ହେଉଥିବା ବେଳେ ଲୁଗାରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି।