କୁଚିଣ୍ଡା: ମହାପାତ୍ର ବଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ବାମରା ବ୍ଲକ ବାବୁନିକ୍ତିମାଲ୍ ପଞ୍ଚାୟତ ଅନ୍ତର୍ଗତ ମହାପାତ୍ର ବଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାବୁନୀକ୍ତିମାଲ ସାଧନ କେନ୍ଦ୍ରର ସାଧନ ସନ୍ଯୋଜକ ସଞ୍ଜୟ କୁମାର କିସାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶୁକ୍ରବାର ଦିନ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାବୁ ନିକ୍ତିମାଳ ସରପଞ୍ଚ ପ୍ରଦାୟନୀ ସା ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷୟତ୍ରୀ ସୁରଭି ରାଜ୍ ଯୋଗ ଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ମତ ରଖିଥିଲେ।