ଦଶପଲ୍ଲା ଏନଏସି ଅନ୍ତର୍ଗତ ବିବେକାନନ୍ଦ ପଠନ କେନ୍ଦ୍ର ଠାରେ ଗୁରୁବାର ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି। ବିନୋଦ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ପ୍ରଫେସର ନନ୍ଦ କିଶୋର ମିଶ୍ର, ଶିକ୍ଷାବିତ୍ ଡ. ନାରାୟଣ ମହାପାତ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଛେନାପୋଡ଼ ଦିବସ ପାଳନର ଆଭିମୁଖ୍ୟ ଓ ଦଶପଲ୍ଲାରେ ଛେନାପୋଡ଼ର ଏୈତିହାସିକ ଦିଗ ଓ ମହତ୍ତ୍ଵ ସମ୍ଵନ୍ଧରେ ବହୁବିଧ ତଥ୍ଯ ଉପସ୍ଥାପନ କରିଥିଲେ।