ବଡଚଣା: ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଚିଠି କରିଛନ୍ତି l ଆସନ୍ତା ଜୁଲାଇ ୧ରୁ ଜିଲ୍ଲାର ସମସ୍ତ ଦୋକାନ ଖୋଲା ଯିବ l
ଯାଜପୁର ଜିଲ୍ଲା ପ୍ରଶାସନ ଆସନ୍ତା ୧ ଜୁଲାଇ ୨୦୨୫ରୁ ଜିଲ୍ଲାରେ ବନ୍ଦ ଥିବା ସମସ୍ତ ହୋଟେଲ, ରେଷ୍ଟରୁରେଣ୍ଟ, ଜଳଖିଆ ଦୋକାନ, ଉଠା ଦୋକାନ, ପ୍ୟାକେଜ୍ ପାଣି ତିଆରି କାରଖାନା ଏବଂ ଆଇସକ୍ରିମ କାରଖାନାକୁ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଜିଲାପାଳଙ୍କ ନିର୍ଦ୍ଦେଶନାମା ଚିଠି ସଂଖ୍ୟା ୪୮୬୩ ଅନୁଯାୟୀ ଶନିବାର ପ୍ରାୟ 10ଟା ସମୟରେ ଜାରି କରାଯାଇଛି। ଏହା ପୂର୍ବରୁ ଜିଲ୍ଲାରେ ହଇଜା ଓ ଡାଇରିଆ ସଂକ୍ରମଣ ଯୋଗୁଁ ଏହି ସଂସ୍ଥାଗୁଡିକ ବନ୍ଦ ରହିଥିଲା।