ଆଜି ରାତି ପ୍ରାୟ 10 ଟା ସମୟରେ ପୁଟିବନ୍ଧ ନିବାସୀ ଅଟୋ ଚାଳକ ମଙ୍ଗଳୁ ଦାସ, ଧନୁପାଲି ମହାବୀରପଡା ଦେଇ ଯାଉଥିବା ବେଳେ ଅଚାନକ ତାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ତାଙ୍କୁ ପ୍ରବଳ ମାଡ ମାରି ରାସ୍ତା ଉପରେ ପକାଇ ଦିଆଯାଇଥିବା ବେଳେ ସେ ରାସ୍ତା ଉପରେ ପଡି ଛଟପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ଏବଂ ପୁଲିସକୁ ମଧ୍ୟ ଖବର ଦେଇଥିଲେ । ଆକ୍ରମଣକାରୀ ମାନେ ତାଙ୍କର ମୁହଁ, ଡାହାଣ ଆଖି ଓ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ମାଡ ମାରି ଗୁରୁତର ଆହତ କରି ଦେଇଛନ୍ତି । ଖବର ପାଇ ଧନୁପାଲି ପୁଲିସ ଘଟଣାସ୍ଥଳକୁ ପହୁଞ୍ଚି ଘଟଣାର ତଦନ୍ତ