ଢ଼େଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରୁ ଗୋଟିଏ ବାହାଘର ଅନୁଗୋଳ ଥାନା ଅନ୍ତର୍ଗତ ଆମଲାପଡ଼ା ଅଞ୍ଚଳକୁ ଆସିଥିଲା। ରାତି ସାଢ଼େ ନଅଟା ବେଳେ ପ୍ରସେଶନ ହେଉଥିବା ବେଳେ ଜଣେ ବ୍ୟକ୍ତି ବରଯାତ୍ରୀରେ ଆସିଥିବା ପ୍ରତାପଙ୍କୁ କେହି ଜଣେ ଠେଲି ଦେଇଥିଲା। ଯାହା ଫଳରେ ସେ ଛିଟିକି ପଡ଼ିବାରୁ ସେହି ସମୟରେ ଗୋଟିଏ କାର ତାଙ୍କୁ ଧକା ଦେଇଥିଲା। ଫଳରେ ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।