ନର୍ଲା: କର୍ଲାମୁଣ୍ଡା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ଯୋଗଦେଲେ ସୁଶ୍ରୀ ସୁଚରିତା ମୁଗ୍ରୀ।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସୁଶ୍ରୀ ସୁଚରିତା ମୁଗ୍ରୀ ବୁଧବାର ଦିନ କାର୍ଯ୍ଯରେ ଯୋଗଦାନ କରିଛନ୍ତି।ସେ ପୂର୍ବରୁ ବଲାଙ୍ଗିର ଜିଲ୍ଲା ରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ। ଏଥିରେ କର୍ଲାମୁଣ୍ଡା ମିଡ଼ିଆ କ୍ଲବର ସଭାପତି କାହ୍ନୁଚରଣ ସାହୁଙ୍କ ନେତୃତ୍ବରେ ସଂପାଦକ ନବୀନ କିଶୋର ସାହୁ, ସାମ୍ବାଦିକ ଶୁଶାନ୍ତ ମଲ୍ଲିକ, ରମେଶ ବାରିକ, ଗୋପବନ୍ଧୁ ସାହୁ, ପ୍ରମୁଖ ଯୋଗଦେଇ ସ୍ବାଗତ ଜଣାଇଥିଲେ।