ଲାଞ୍ଜିଗଡ: ବେନଗାଁ ଓ ବିଜେପୁର ଠାରେ ବିଜେପୁର ପୁଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଅନଲାଇନ ସାଇବର ଠକାମିରେ ଶିକ୍ଷିତହେଉ ଅବା ଅଶିକ୍ଷିତ ଯୁବକ ଯୁବତୀ ମାନେ ପ୍ରାୟତଃ ଶିକାର ହେଉଛନ୍ତି l ଏହାକୁ ନେଇଁ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ସାଇବର ସଚେତନତା କାର୍ଯ୍ୟକ୍ରମ l ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ସାଇବର ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ବିଜେପୁର ଥାନାଧିକାରୀ ନୀଳାମ୍ବର ଯାନୀଙ୍କ ତତ୍ୱାବଧାନରେ ବିଜେପୁର ଥାନା ଅନ୍ତର୍ଗତ ବିଜେପୁର ଓ ବେନଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କ ମଧ୍ୟରେ ସାଇବର ଅପରାଧ ସମ୍ପର୍କରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।