ବାରକୋଟ ବ୍ଲକ କାଉଁଶିବାହାଳ ଗ୍ରାମ ପଂଚାୟତ ମାଝୀଚାଖୁଣ୍ଡାପାଳ ଗ୍ରାମରେ ଆଜି ଅନୁଷ୍ଠିତଏକ ଦିବସୀୟ ଭଲିବଲ ପ୍ରତିଯୋଗିତା ରାତି ୮ ଟାରେ ଉଦଯାପିତ ହୋଇଯାଇଛି । ମୋଟ ୮ଟି ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ମଣ୍ଡାଶିଳା ଭଲିବଲ ଦଳକୁ ୨-୦ ସେଟରେ ପରାସ୍ତ କରି କଲା ଭଲିବଲ ଦଳ ଚମ୍ପିୟାନ ହୋଇଥିଲା । ପ୍ରତିଯୋଗିତାର ମ୍ୟାଚ ଗୁଡିକୁ ରେଫରୀ ଭାବେ ଲୋକନାଥ ପ୍ରଧାନ, ଚିତରଞ୍ଜନ ପ୍ରଧାନ ଓ ବଳରାମ ଦ୍ୱିବେଦୀ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଫକୀର ମୋହନ ଦଳବେହେରା ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ ।