ଟିଟିଲାଗଡ: ଦେଶିଲ ଗ୍ରାମର ସ୍ବାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ୧୧ ତମ ଦୁର୍ଗାପୂଜା - ନବମୀ ତିଥିରେ ନ କନ୍ୟାଙ୍କୁ ପୂଜନ
ଦେଶିଲ ଗ୍ରାମର ସ୍ବାମୀ ବିବେକାନନ୍ଦ ଯୁବକ ସଂଘ ଦ୍ୱାରା ୧୧ତମ ଦୁର୍ଗା ପୂଜା ଆୟୋଜିତ ଟିଟିଲାଗଡ଼ - ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦେଶିଲ ଗ୍ରାମରେ ଚଳିତ ବର୍ଷ ୧୧ତମ ଦୁର୍ଗା ପୂଜା ଆୟୋଜନ କରାଯାଇଅଛି। ଅତି ସୁନ୍ଦର ତୋରଣ ସାଙ୍ଗକୁ ପ୍ରତ୍ୟେକ ଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହିପରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଁ ଙ୍କ ଆଳତି କରାଯାଇ ଭକ୍ତଙ୍କ ନିମନ୍ତେ ପ୍ରସାଦ ବିତରଣ କରାଯାଉଥିବା ସଭାପତି ସୂଚନା ଦେଇଛନ୍ତି। ସେହିପରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋମ ଯଜ୍ଞ ଚାଲିଥିବା ବେଳେ ପୂଜା କାର୍ଯ୍ୟ ମୁଖ୍ୟ ପୂଜକ ଭାବେ ପାଟଣାଗଡ଼ ବେଲପଡ଼ା ବ୍ଲକ ମଣ୍ଡଳ