ନବରଙ୍ଗପୁର ପୋଲିସ ଷ୍ଟେସନ: ରନ୍ଧନ ଗ୍ୟାସ ସମସ୍ୟାର  ସମାଧାନ କରାଯିବ, ନିଜ କାର୍ଯ୍ୟାଳୟରେ ମତ ଦେଲେ ଜିଲ୍ଲା ଯୋଗାଣ ଅଧିକାରୀ
ନବରଙ୍ଗପୁର ରେ ରନ୍ଧନ ଗ୍ୟାସ ଅଭାବ । ଖାଉଟି ହନ୍ତସନ୍ତ ।  ଗତ ଏକ ମାସ ଧରି  ନବରଙ୍ଗପୁର ଜିଲ୍ଲା ର ଆବଶ୍ୟକତା ଅନୁସାରେ ରନ୍ଧନ ଗ୍ୟାସ ଆସୁନାହିଁ । ଯାହାଫଳରେ ଗ୍ୟାସ ଗୋଦାମ ସମ୍ମୁଖ ରେ ଗ୍ରାହକ ଙ୍କ ଲମ୍ବା ଲାଇନ ଲାଗୁଛି । ତଥାପିବି ସମସ୍ତ ଗ୍ରାହକ ଙ୍କୁ ଆବଶ୍ୟକ ରନ୍ଧନ ଗ୍ୟାସ ମିଳିପାରୁନାହିଁ । ଯାହାକୁ ନେଇ କଳାବଜାରୀ  ମାତି ଥିବା ଅଭିଯୋଗ ହୋଇଛି ।