ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ବେଶ ଧୂମଧାମ ସହ ପାଳନ କରିବାକୁ ସମସ୍ତଙ୍କ ମନରେ ବେଶ ଉତ୍ସାହ । ଏଥିପାଇଁ ଦେବଗଡ ସହର ବଡବଗିଚା ପଡିଆରେ ଅସ୍ଥାୟୀ ଭାବେ ଖୋଲା ଯାଇଥିବା ବାଣ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସାଙ୍ଗ ସାଥି ଏବଂ ପରିବାର ଲୋକଙ୍କ ସହିତ ବାଣ ବଜାରକୁ ଆସି ନିଜ ନିଜ ପସନ୍ଦର ବାଣ କିଣିଥିଲେ ଗ୍ରାହକ । ସୋମବାର ରାତି ପ୍ରାୟ ୯ ପର୍ଯ୍ୟନ୍ତ ବାଣ ଦୋକାନରେ ଭିଡ ଦେଖାଯାଇଥିଲା । ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇବା ପାଇଁ ସହର ଠାରୁ ଦୂରରେ ଥିବା ବଡବଗିଚା ପଡିଆରେ ବାଣ ବ୍ୟବସାୟ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିଲା ।