ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ତେଲେନପାଲି ରେ ଅଭାବନିୟ ଘଟଣା
ଝାରସୁଗୁଡା ଜିଲ୍ଲା ତେଲେନପାଲି ରେ ଅଭାବନିୟ ଘଟଣା l ଅନ୍ୟ ଜାତିରେ ବାହା ହୋଇଥିଲେବୋଲି ମୃତ୍ୟୁ ପରେ ଶଵ କୁ କାନ୍ଧଦେଲେ ନାହିଁ ଜାତିବନ୍ଧୁ ପରିବାର ଲୋକେ l ରାତିସାରା ମୃତଦେହ ଘରେ ପଡିରହିବା ପରେ ତେଲେନପାଲି ସରପଞ୍ଚଙ୍କ ଉଦ୍ୟମରେ ପଶ୍ଚିମେଶ୍ଵର ବାବା ଯୁବକ ସଙ୍ଘର ସଦସ୍ୟମାନେ ମୃତଦେହକୁ କାନ୍ଧ ଦେବାସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି l ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ତେଲେନପାଲି ପଂଚାୟତ ବନହରପାଲି ଠାରେ l ବନହରପାଲି ର ରଘୁ ଧୂରୁଆ ଅନ୍ୟ ଜାତିର ଜଣେ ଝିଅକୁ ବାହା ହେବାରୁ ଜାତିରୁ ତାଙ୍କୁ ବାସନ୍ଦ କରାଯାଇଥିଲା l ତାଙ୍କ ମୃତ୍ୟୁ ପରେ ବି ସେହି ବାସନ୍ଦ ଉଠିଲା