ଲାଞ୍ଜିଗଡ: ଥୁଆମୁଳ ରାମପୁର ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ହେଲା ଚିଲିଗୁଡା ଏବଂ ଚିଲକପୁରରୁ ଉଦ୍ଧାର ହେଇଥିବା ନାଗ ଏବଂ ଧାମଣା ସାପ
ବୁଧବାର ଅପରାହ୍ନରେ ଚିଲିଗୁଡା ଏବଂ ଚିଲକପୁରରୁ ଉଦ୍ଧାର ହେଇଥିବା ନାଗ ଏବଂ ଧାମଣା ସାପକୁ ସୁରକ୍ଷିତ ଭାବେ ଥୁଆମୁଳ ରାମପୁର ଜଙ୍ଗଲରେ ଛାଡ଼ି ଦିଆଯାଇଛି।  ଦାସିଗାଁର ବରିଷ୍ଠ ତଥା ଅଭିଜ୍ଞ ସାପ ଉଦ୍ଧାରକାରୀ ବିରେନ୍ଦ୍ର ସାହୁ ଚିଲିଗୁଡା ଗ୍ରାମର ସ୍ବସ୍ତି ସୁନ୍ଦର ନାଏକଙ୍କ ଘରରୁ ନାଗ ସାପ ଉଦ୍ଧାର କରି ଥିଲେ । ଏହାର ପରବର୍ତ୍ତୀ ସମୟରେ ଚିଲକପୁର ଗ୍ରାମର ରଜତ ପ୍ରହରାଜ ଙ୍କ ଘର ଛାତରୁ ଧାମଣା ସାପକୁ ସୁରକ୍ଷିତ ଭାବେ ଉଦ୍ଧାର, କରିଥିଲେ। ଉଭୟ ସାପକୁ ନେଇ ସୁରକ୍ଷିତ ଭାବେ ଥୁଆମୁଳ ରାମପୁର ଜଙ୍ଗଲରେ ଛାଡ଼ି ଦେଇଛନ୍ତି।