ପୋଲସରା: ବୁଗୁଡ଼ା ସହର ଏବଂ ଗୋଲିଆ ଗ୍ରାମରେ ଆୟୋଜିତ ହୋଇଛି ମା ଶ୍ୟାମାକାଳୀ ଙ୍କ ପୂଜା,ଆକର୍ଷଣୀୟ ତୋରଣ ସାଙ୍ଗକୁ ସାଜସଜା ଜିଣୁଛି ଶ୍ରଦ୍ଧାଳୁ ଙ୍କ ମନ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ଏବଂ ବୁଗୁଡ଼ା ସହର ମଦନ ମୋହନ ଛକ ନିକଟରେ ଅନୁଷ୍ଠିତ ହୋଇଛି ମା ଶ୍ୟାମାକାଳୀ ଙ୍କ ମେଢ଼ l ସ୍ଥାନୀୟ ପୂଜା କମିଟି ସହଯୋଗ ରେ ମା ଙ୍କ ମେଢ଼ ଆୟୋଜନ ହୋଇଥିବା ବେଳେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସାଜସଜା ଶ୍ରଦ୍ଧାଳୁ ଙ୍କ ମନ ଜିଣୁଛି l ପ୍ରଥମ ଦିନ ରେ କଳସ ଯାତ୍ରା ପରେ ମା ଙ୍କୁ ରୀତି ନିତି ଅନୁଯାୟୀ ପୂଜାର୍ଚନା ପରେ ମା ଶ୍ରଦ୍ଧାଳୁ ଙ୍କୁ ଦେଇଛନ୍ତି ଦର୍ଶନ l ତେବେ ପ୍ରତ୍ୟେକ ଦିନ ସକଳୁ ମଙ୍ଗଳ ଆଳତି ପରେ ରୀତିନୀତି ଅନୁଯାୟୀ ମା ଙ୍କ ପୂଜାର୍ଚନା ପରେ ଦିନ ତମାମ ପଣ୍ଡିତ ଙ୍କ ମନ୍ତ୍ର ଧ୍ଵନି ଅଞ୍ଚଳ ରେ ଭକ୍ତି ମୟ ପରିବେଶ ସୃଷ୍ଟି କରିଛି l