ଟିଟିଲାଗଡ: ଟିଟିଲାଗଡ଼ ଶିବ ଦୁର୍ଗା ଚଣ୍ଡୀ ମନ୍ଦିରରେ ସରିଲା ନବରାତ୍ରୀ - ଶେଷ ଦିନରେ ମା ଚାଲିଲେ ଖଣ୍ଡା ଧାରରେ
ଟିଟିଲାଗଡ ହାଇସ୍କୁଲ ପଡ଼ା ଶିବ ଦୁର୍ଗା ଚଣ୍ଡୀ ମନ୍ଦିରରେ ନବରାତ୍ରି ସମ୍ପନ୍ନ। ୧୯୯୮ ମହିସାରେ ଦଶହରା ସମୟରେ ଡ଼୍ରାଇଭର କୃଷ୍ଣ ସାହୁ ଏବଂ ତାଙ୍କ ଧର୍ମ ପତ୍ନୀ ବିମଳା ସାହୁ ଘରେ ନବରାତ୍ରି ପୁଜା କରିଥିଲେ ଶେଷ ଦିନରେ ଭସାଣି ପାଈଁ ଘରୁ ବାହାରି ମହାରାଜା ସାଗର ଅଭିମୁଖେ ଯାଉଥିବା ସମୟରେ ଠିକ ମେଦିରତା ପେଟ୍ରୋଲ ପମ୍ପ ପାଖରେ ବିମଳା ସାହୁଙ୍କ ଦେହରେ ମା ଆବିର୍ଭାବ ହୋଇଥିଲେ, ସେହିଦିନ ଠାରୁ ପୂଜକ କୃଷ୍ଣସାହୁଙ୍କ ଘରେ ପୁଜା କରି ଆସୁ ଥିଲେ, ଧିରେଧିରେ ଲୋକଙ୍କ ପାଖରେ ଖବର ପହଞ୍ଚିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ,ପରେ ନିଜର ଚେଷ୍ଟାରେ ମନ୍ଦିର ନିର୍ମାଣ କରିଥିଲେ