ରାଉରକେଲା ସହରରେ ଥିବା ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ରକୁ ରୋଗୀ କୈନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ଏକ ବୈଠକ ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଅନୁଷ୍ଠିତ ବୈଠକରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉଦ୍ଦେଶ୍ୟରେ ବିଭିନ୍ନ ଆଲୋଚନା କରାଯାଇଥିଲା।