ସାହ୍ଲେପାଲିରେ ରକ୍ତଦାନ ଶିବିର ୪୨ ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି | ବରଗଡ଼ ଜିଲ୍ଲା ସାହ୍ଲେପାଲି,ରେଶମ,ଭେଡେନ ଠାରେ ସାହ୍ଲେପାଲି ଯୁବାଗୋଷ୍ଠୀ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଆର.ଏମ.ସି ଠାରେ ଶନିବାର ଅପରାହ୍ନ 3 ଘଣ୍ଟା ସମୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବାବୁପାଲି ସରପଞ୍ଚ ରୁଦ୍ର ନାରାୟଣ ସାହୁ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ଏହି ଶିବିରରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।