କଣ୍ଟାମାଳ: ଶିମିଳି ପଦର ଗ୍ରାମରେ କୈଳାସୀ ଯାତ୍ରା ପାଇଁ ଦେଉଳ ବରା ଶୋଭାଯାତ୍ରା ଅନୁଷ୍ଠିତ
ଶନିବାର ସନ୍ଧ୍ୟାରେ କଣ୍ଟାମାଳ ବ୍ଲକ ଶିମିଳି ପଦର ଗ୍ରାମରେ କୈଳାସୀ ଯାତ୍ରା ଅବସରରେ ଦେଉଳ ବରା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଆଜି ସନ୍ଧ୍ୟାରେ ଦେହୁରୀ ଗ୍ରାମର କେଳାସୀ କୁଠିରେ ଧୁନ୍ କେଲି ଓ ଢୋଲ ବାଦ୍ୟର ତାଳେ ତାଳେ ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ଦେବୀଙ୍କ କଳସ ଛତିଛତ୍ର ଓ ବାନା ବୈରଖ ଧରି ବେଦିନୀ ମାନଙ୍କ ନୃତ୍ୟ ସହ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା l ସେଠାରୁ ଶୋଭାଯାତ୍ରା ତେଲ ନଦୀର ଅପର ପାର୍ଶ୍ବରେ ଥିବା ସୋନପୁର ଜିଲ୍ଲାର ବୈଦ୍ୟନାଥ ଗ୍ରାମରେ ଥିବା ଶିବ ମନ୍ଦିର କୁ ବରଣ ପାଇଁ ଯାଇଥିଲେ l