ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜରେ "ମାନବ ଅଧିକାର ଦିବସ"ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଦୟା ସାଗର ପ୍ରଧାନଙ୍କ ତତ୍ତ୍ୱାବଧାନରେ ବୁଧବାର ଦିନ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ତଥା ବିଚାରପତି ସୌମ୍ୟା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ, ଆବଶ୍ୟକତା ଓ ଏହାର ଉପାଦେୟତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ମାର୍ଗ ଦର୍ଶନ କରିଥିଲେ। ଅ