କୁଚିଣ୍ଡା କଙ୍ଗ୍ରେସ ଭବନ ଠାରେ ରବିବାର ଦିନ ଜାତୀୟ କଙ୍ଗ୍ରେସ ର ୧୪୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ କଙ୍ଗ୍ରେସ ନେତା ଅଖିଳ ପ୍ରତାପ ସିଙ୍ଗ, କେଦାରନାଥ ବରିହା, ସୁଷମା ସେନାପତି, ମଣ୍ଟୁ ନାଏକ, ନନ୍ଦଲାଲ ଜୟପୁରିଆ, ଦିପାଞ୍ଜଳି ସାହୁ, ମନିଷା ଭଇଁସା, ଜିତେନ୍ଦ୍ର ସାହୁ, ଲିଙ୍ଗରାଜ ସାହୁ, ଲିଲିମା କିସାନ ଓ ସୁଷମା ସେନାପତି ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ବର୍ତ୍ତମାନ ଦେଶରେ ରହିଥିବା ରାଜନୈତିକ ପରିସ୍ଥିତି, କଙ୍ଗ୍ରେସ ଦଳର ଇତିହାସ ଓ ବିଚାରଧାରା ସମେତ ଦଳ କୁ ସୁଦୃଢ କରିବା ନେଇ ଆଲୋଚନା କରିଥିଲେ।