ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଅରଣପୁର ଜଙ୍ଗଲରେ ଡିଆରଜି ଯବାନ ମାନେ ମାଓ ଦମନ ଅପରେସନ କରୁଥିବା ବେଳେ ଏକ୍ ଆଇଡି ବୋମା ଉଦ୍ଧାର
ମାଲକାନଗିରି ଜିଲ୍ଲା ସୀମାନ୍ତ ଅରଣପୁର ଜଙ୍ଗଲରେ ଡିଆରଜି ଯବାନ ମାନେ ମାଓ ଦମନ ଅପରେସନ କରୁଥିବା ବେଳେ ଏକ୍ ଆଇଡି ବୋମା ଉଦ୍ଧାର କରାଯିବା ସହ ଏହାକୁ ନିଷ୍କ୍ରିୟ କରିଥିବା ଜଣାପଡିଛି। ମାଓ ଦମନ ନିମନ୍ତେ ସୀମାବର୍ତ୍ତୀ ଅଞ୍ଛଳରେ ଯବାନ ମାନେ ଲଗାତାର ମାଓ ଦମନ ଅପରେସନ କରୁଥିବା ବେଳେ ଯବାନଙ୍କ ଏଭଳି ସଫଳତା ଉତ୍ସାହିତ କରିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ମାନେ କହିଛନ୍ତି।