ଆରଏସପିରେ ସଡ଼କ ସୁରକ୍ଷା ମାସ-୨୦୨୬ ପାଳନ ଉପଲକ୍ଷେ ବିଶାଳ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସଂସ୍କାର ଗେଟ୍ ଠାରୁ ମୁଖ୍ୟ ଗେଟ୍ ଏବଂ ଇଡ଼ି (କାର୍ଯ୍ୟ) ଛକ ପର୍ଯ୍ୟନ୍ତ ଏକ ବିଶାଳ ମାନବ ଶୃଙ୍ଖଳ ଗଠନ କରାଯାଇଥିଲା। ଏହି ଅଭିଯାନର ନେତୃତ୍ୱ ସୁରକ୍ଷା ଏବଂ ଅଗ୍ନିଶମ ସେବା ବିଭାଗର ସିଜିଏମ ଶ୍ରୀ ହୀରାଲାଲ ମହାପାତ୍ର ଏବଂ ସୁରକ୍ଷା ବିଭାଗର ଜିଏମ ଶ୍ରୀ ଅବକାଶ ବେହେରା ନେଇଥିଲେ।