ବସ୍ତା: ବିଷ୍ଣୁପୁର, ବାଲିଆପାଳ ଓ ଅସ୍ଥି ପଞ୍ଚାୟତରେ ବିକାଶ ବାହନ ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେଲେ ଏବିଡ଼ିଓ
Basta, Balasore | Jun 13, 2025 ବିଜେପି ସରକାରଙ୍କ ଏକବର୍ଷ ପୂର୍ତ୍ତି ପୂର୍ତ୍ତି ଅବସରରେ ବାଲିଆପାଳ ବ୍ଲକରେ ବିକାଶ ରଥର ଶୁଭାରମ୍ଭ କରାଯାଇଛି। ବ୍ଲକ ପରିସରରେ ରଥକୁ ପୂଜାର୍ଚ୍ଚନା ଓ ବନ୍ଦାପନା କରାଯାଇଥିଲା । ପରେ ଏହି ରଥ ବିଷ୍ଣୁପୁର, ବାଲିଆପାଳ, ଅସ୍ଥି ପଞ୍ଚାୟତରେ ପହଞ୍ଚିବା ପରେ ମହିଳା ମାନେ ରଥକୁ ଆଜି ସ୍ୱାଗତ କରିଥିଲେ। ସ୍ବାଗତ ସଭାରେ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ନାଥ ଅଣ୍ଡିଆ ଯୋଗଦେଇ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ଓ ୧୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର କରିଥିଲେ