କେଶାଇବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ସ୍ଥାନୀୟ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନ ଓ ବନ୍ୟ ଜନ୍ତୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁଙ୍କ ସଭାପତିତ୍ତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରକୃତି ପ୍ରେମୀ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟ ଜନ୍ତୁ ମାନଙ୍କ ସୁରକ୍ଷା ପରିପ୍ରେକ୍ଷୀରେ ସମସ୍ତେ ମିଶି ଜଙ୍ଗଲ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଅଲେଖ କୁମାର ପତି ଯୋଗଦେଇ ଥିଲେ।