ଧର୍ମଗଡ: ବିଜମରା ଠିପି ବନ୍ଦ୍ ବିଦେଶୀ ମଦ ଦୋକାନରୁ ୮ଲକ୍ଷ ଟଙ୍କା ଚୋରି ସାଇନଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ପୁଲିସର ତଦନ୍ତ
ଗତ ବିଳମ୍ବିତ ରାତ୍ରିରେ ବିଜମରା ଠିପି ବନ୍ଦ୍ ବିଦେଶୀ ମଦ ଦୋକାନରୁ କେହି ଦୁବୁତ ଦୋକାନର କାନ୍ଥରେ ଗର୍ତ୍ତ କରି ଭିତରକୁ ପଶିଥିଲା। ସେଠାରେ କାଉଣ୍ଟରରେ ଥିବା ପ୍ରାୟ ୮, ଲକ୍ଷ ଟଙ୍କା ଚୋରି କରି ନେଇଥିବା ସୋମବାର ସକାଳେ କଲମପୁର ପୁଲିସ ଥାନାରେ ଅଭିଯୋଗ ହେଇଥିଲା। ଏହି ଅଭିଯୋଗର ଗୁରୁତ୍ବ ଦୃଷ୍ଟିରୁ ଧର୍ମଗଡ SDPO ଡୋଳାମଣି ଭୋଇଙ୍କ ଉପସ୍ଥିତିରେ ସାଇନଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।