ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୁଠୁଣା ପଡିଆରେ ବାବା ମୁକ୍ତେଶ୍ଵର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅଷ୍ଟମ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଏହି ଟୁର୍ନାମେଣ୍ଟକୁ ସ୍ଥାନୀୟ ସରପଞ୍ଚ ଗଦାଧର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆଜିର ଉଦଘାଟନୀ ମ୍ୟାଚ ଆଦର୍ଶ କ୍ଲବ ବାଲେଶ୍ୱର ସହିତ ତମାଣ୍ଡୋ,ଭୁବ ନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଦର୍ଶ କ୍ଲବବାଲେଶ୍ୱର ଟସ୍ ଜିତିପ୍ରଥମେ ଫିଲଡିଂକରିବାର ନିଷ୍ପତ୍ତିନେଇଥିଲା।ଭୁବନେଶ୍ୱର ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୯ ୱିକେଟ ହରାଇ ୨୭୦ ରନସଂଗ୍ରହ କରିଥିଲା।