ଢେଙ୍କାନାଳ ସଦର: ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ କଙ୍କଡ଼ାହାଡରେ ବଣ୍ଟାଗଲା ଆୟୁସମାନ କାର୍ଡ଼
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ କଙ୍କଡାହାଡ ଗ୍ରାମକୁ ଆସିଥିବା ଆୟୁସମାନ କାର୍ଡ ବଣ୍ଟାଯାଉନ ଥିଲା । ଏ ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ପୂର୍ବାହ୍ନ ୧୧ଟାରେ କଙ୍କଡ଼ାହାଡଗ୍ରାମରେ ଆୟୁସମାନ କାର୍ଡ଼ ବଣ୍ଟନ କରାଯାଇଥିଲା । ଏଥିରେ ଗ୍ରାମବାସୀଙ୍କ ଖୁସି କହିଲେ ନସରେ ।