ଜୟପୁର ତହସିଲର ଜଗନ୍ନାଥପୁର ମୌଜାର ବାମୁଣି ଗାଁ ବସ୍ତି ଅଞ୍ଚଳରେ ଆଜି ପ୍ରଶାସନ ଜବର ଦଖଲ ଉଛେଦ କରିଛି । ଦିନ 11 ଟାରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇ ସଂନ୍ଧ୍ୟା 5ଟାରେ ଶେଷ ହୋଇଛି l ବାମିଣି ଗାଁରେ ଘରୋଇ ଜମିକୁ ଜବର ଦଖଲ କରି ଘର କରି ରହୁଥିଲେ । ଜମି ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଥିଲେ । ଏନେଇ ଗତ ୨ ମାସ ତଳେ ହାଇ କୋର୍ଟ ନିଦ୍ଦେଷ ରେ ଜବର ଦଖଲ କାରିଙ୍କୁ ନୋଟିସ କରାଯାଇଥିଲା । ସେ ମାନେ କଣ୍ଣପାତ କରିନଥିଲେ । ଆଜି ଜୟପୁର ତହସିଲଦାର ସବ୍ୟ ସାଚି ଜେନା ଙ୍କ ସହ ୧ ପ୍ଲାଟୁନ ଫୋସ ଉପସ୍ଥିରେ ଜେସିବି ଦ୍ୱାରା ବାମୁିଣି ଗାଁ ବସ୍ତି ଅଞ୍ଚଳର ଉଛେଦ କରାଯାଇଛି ।