ଡିପିଆରସି ପରିସରରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ନବରଙ୍ଗପୁରର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରମୁଖ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ଶିକ୍ଷା ନେତା, ବିଶେଷକରି ନବରଙ୍ଗପୁର ଜିଲ୍ଲାର ADWO, WEO, HM (HS/GHS/AS & SS), ପ୍ରିନ୍ସିପାଲ (HSS/EMRS/KMRS) ଏବଂ ଅନୱେଷା ଛାତ୍ରାବାସର ସହକାରୀ ସୁପରିଣ୍ଟେଣ୍ଡେଣ୍ଟମାନେ ସାମିଲ ହୋଇଥିଲେ।