ପୋଲସରା: ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ପରିଦର୍ଶନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମାଣିତରା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ପରିଦର୍ଶନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ l ଏହି ଟିମ ରେ ସିଡିଏମଓ ଡାକ୍ତର ସୁଶାନ୍ତ କୁମାର ନାୟକ,ଡିପିଏମ ବୁଲୁନାଥ ସାହୁ, ଜିଲ୍ଲା ଆକାଉଣ୍ଟ ଏନଟିଇପି ଲୋକନାଥ ପଣ୍ଡା, ଏଏମ ଆଇଇସି/ବିସିସି ପ୍ରଦୀପ କୁମାର ସାହୁ, ଏଏମସିପି ଆଶିଷ କୁମାର ମିଶ୍ର, ଡିପିପିପିସି ସୁଧୀର କାନ୍ତ ବେହେରା ପ୍ରମୁଖ ସାମିଲ ଥିଲେ l