ସମ୍ୱଲପୁର ଜିଲା ଶକ୍ତି ଉତ୍ତୋଳନ ସଂଘ ତରଫରୁ ସ୍ଥାନୀୟ ରେଳୱ କମ୍ୟୁନିଟି ସେଣ୍ଟର କ୍ଷେତରାଜପୁର ଠାରେ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଭାର ଉତ୍ତୋଳନ ଓ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୮୦ ଜଣ ପୁରୁଷ ଏବ ୨୩ ଜଣ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ସୁଧିର ରଞ୍ଜନ ବହିଦାର ଯୋଗ ଦେଇଥିଲେ । ସମୁଦାୟ ୮ଟି ପୁରୁଷ ଏବଂ ୮ଟି ମହିଳା ମାନଙ୍କ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା । ସବୁ ବର୍ଗର ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।