ଭଦ୍ରକ ଗ୍ରାମାଞ୍ଚଳ: କଂଗ୍ରେସର ବିଧାୟକ ଦଳ ଉପନେତା ହେଲେ ବାସୁଦେବପୁର ବିଧାୟକ
କଂଗ୍ରେସ ବିଧାୟକ ଦଳ ଉପନେତା ହେଲେ ଵାସୁଦେବପୁର ଵିଧାୟକ। ଚଳିତ ବିଧାନସଭାରେ ସେ ଵାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ଵାସୁଦେବପୁରର ଵିଷ୍ଣୁବ୍ରତ ରାଉତରାୟଙ୍କୁ ଅଳ୍ପ ଭୋଟରେ ହରାଇ ଭଦ୍ରକ ଜିଲ୍ଲାରେ କଂଗ୍ରେସର ଖାତା ଖୋଲିଥିଲେ। ଆଜି କଂଗ୍ରେସ ବିଧାୟକ ଦଳ ନେତା ଭାବରେ ରାମଚନ୍ଦ୍ର କାଡାମ, ବିଧାୟକ ଦଳ ଉପନେତା ଭାବରେ ଅଶୋକ ଦାସ, ମୁଖ୍ୟ ସଚେତକ ଭାବରେ ସିଏସ ରାଜନ ଏକ୍କାଙ୍କୁ ମନୋନୀତ କରାଯାଇଛି। ଅଶୋକ ଦାସଙ୍କୁ ଏଥିପାଇଁ ଵହୁ କର୍ମୀ ଓ ସାଧାରଣ ଲୋକ ଶୁଭେଚ୍ଛା ଜଣାଇଛନ୍ତି।