ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ସ୍ଥିତ ଅଯୋଧ୍ୟା ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ଅଯୋଧ୍ୟା ବିହାର ର ହରିହର ମେହେର ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ କିଛି ଲୋକ ବାଣ ଫୁଟାଉଥିଲେ l ଯାହାକୁ ନେଇ ହରିହର ତାଙ୍କୁ ମନା କରିଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ମାନେ ତାଙ୍କ ସହ ଝଗଡା କରିବା ସହ ତାଙ୍କୁ ମାଡ଼ ମାରିଥିଲେ l ଯାହା ଫଳରେ ସେ ଆହତ ହୋଇଥିଲେ l ଏନେଇ ସେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରିଛନ୍ତି।