ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା କଲେଜର ଓଡ଼ିଆ ବିଭାଗର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ସେପ୍ଟେମ୍ବର ୨୬ ତାରିଖ ସକାଳ ୧୧ଟା ସମୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଅବସରରେ କଲେଜର ଅଧ୍ୟକ୍ଷ ଡ଼.ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ମୁଖ୍ୟ ରଶ୍ମୀପ୍ରଭା ମଥାନ,କରୁଣାକର ପାଟଶାଣି,ପ୍ରିୟଙ୍କା ପଲେଇ,ପ୍ରମୁଖଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ