ଲାଞ୍ଜିଗଡ: ବିଶ୍ଵନାଥ ପୁର ଠାରେ ଦୁର୍ଗା ପୂଜା ଉପଲକ୍ଷେ କଳସ ଯାତ୍ରା।
ପ୍ରତ୍ୟେକ ବର୍ଷ ଭଳି ଛଳିତ ବର୍ଷ ମଧ୍ୟ ମହାଆଡମ୍ବର ସହିତ ହେଉଛି ଦୁର୍ଗା ପୂଜା। ଏହି ପାର୍ବଣ ରୁତୁ ଅବସରରେ ବିଭିନ୍ନ ଅନୁଷ୍ଠାନ ରେ ନବ ରାତ୍ର ପାଳନ କରାଯାଉ ଥିବା ବେଳେ ଆଉ କିଛି ଅନୁଷ୍ଠାନ ରେ ପାଞ୍ଚ ଦିନ ପାଇଁ ପୂଜାର୍ଚ୍ଚନା କରାଯାଉଛି।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ଵନାଥ ପୁର ପନ୍ଚାୟତ ଠାରେ ମଧ୍ୟ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରେ ଦୁର୍ଗା ପୂଜା ର ଶୁଭାରମ୍ଭ କରାଯାଇଛି।