ଫୁଲବାଣୀ ସହର: ଦୁତିପଡ଼ା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ
ତାରିଖ 23/10/2024 ସମୟ ସକାଳ ଦଶଟା। କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସ୍ଥିତ ଦୁତିପଡ଼ା ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ ସମସ୍ତ କ୍ଲଷ୍ଟର ରୁ ପ୍ରତିଯୋଗୀମାନେ ନୃତ୍ୟ,ଗିତ, ଚିତ୍ରାଙ୍କନ, ପିଏମ ପୋଷଣ ଚିତ୍ରକଳା ଏବଂ ଶିଳ୍ପକଳା ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଖଜୁରୀପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଜ୍ୟୋସ୍ନାରାଣୀ ମଲିକ ପରିଚାଳନା କରିଥିଲେ।