ଲାଞ୍ଜିଗଡ: ଅଙ୍ଗନୱାଡ଼ିଙ୍କ ଅବସର ପରେ ଲାଖବାହାଲି ଗାଁରେ ଶିଶୁଙ୍କୁ ମିଲି ପାରୁନି ପୁଷ୍ଟିକର ଖାଦ୍ୟ
ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଆଦିବାସୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି।ସେଥି ମଧ୍ୟରୁ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସମ୍ମନିତ ଶିଶୁ ବିକାଶ ଯୋଜନା ଅନ୍ୟତମ। ଏମିତି କିଛି ଅଙ୍ଗନବାଡ଼ି କେନ୍ଦ୍ର ଅଛି ଯେଉଁଠି ମାସମାସ ଧରି ମିଳି ପାରୁନି ପୁଷ୍ଟି କର ଖାଦ୍ୟ। ଏଭଳି ଚିତ୍ର ଦେଖିବା କୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ଗାଁର କେନ୍ଦ୍ର ଠାରେ। ଉକ୍ତ କେନ୍ଦ୍ର ର ଅଙ୍ଗନୱାଡ଼ି କର୍ମୀ ଅବସର ନେଇଁ ୬ମାସ ବିତିଯାଇଥିଲେ ହେ ଖାଲି ପଡ଼ିଥିବା ଅଙ୍ଗନୱାଡ଼ି ପଦବୀ ପୂରଣ ହୋଇପାରୁନାହିଁ।