ବୀରମିତ୍ରପୁର: ନୂଆଗାଁ ବ୍ଲକର ଅଙ୍କୁରପାଲି ଗ୍ରାମପଞ୍ଚାୟତର ବାଲିମୁଣ୍ଡା ଭଣ୍ଡାଟୋଲିରେ ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ।
ନୂଆଗାଁ ବ୍ଲକର ଅଙ୍କୁରପାଲି ଗ୍ରାମପଞ୍ଚାୟତର ବାଲିମୁଣ୍ଡା ଭଣ୍ଡାଟୋଲିରେ ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।କୁଣ୍ଡ୍ରା ଦେଓନଦୀ କୂଳରେ ବହୁସଂଖ୍ୟକ ମହିଳା କଳସ ଯାତ୍ରା ପାଇଁ ଏକତ୍ରିତ ହୋଇଥିଲେ।ପୂଜକଭାବେ ମଦନ ମିଶ୍ର ଓ କର୍ତ୍ତାଭାବେ ବିନୋଦ ବଡାଇକ ଓ ତାଙ୍କର ଧର୍ମପତ୍ନୀ ସୀତା ବଡ଼ାଇକ ଉପସ୍ଥିତ ଥିଲେ।ଏଥିରେ ନୃତ୍ୟ କରି,ବାଜା ବଜାଇ କଳସ ଯାତ୍ରା ଆରମ୍ଭ କରାଯାଇଥିଲା।ମହିଳାମାନେ କଳସ ଧରି ଲକ୍ଷ୍ମୀପୂଜା ପେଣ୍ଡାଲ ପର୍ଯ୍ୟନ୍ତ ଆସିଥିଲେ।