କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପଡ଼ିରହିଥିବା ଚାଷୀ ଙ୍କ ଶୀଘ୍ର ଉଠାଇବା ସହ ମଣ୍ଡିରେ ଜାରି ରହିଥିବା ଅଚଳାବସ୍ଥା ଦୂର କରିବା ଦାବି ନେଇ ଶୁକ୍ରବାର ଦିନ ଚାଷୀ ମାନେ କୁଚିଣ୍ଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଚିଣ୍ଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନର କରିବାକୁ ଚେତାବନୀ ଦିଆଯାଇଛି।