ସୋହେଲା: .ଆଜି ପଣ୍ଡକିପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଛତିଶଗଡ ର ମହାସମୁଦ ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ବରଗଡ ADEO
ଆଜି ସକାଳ 10 ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ ଛତିଶଗଡ ମହାସମୁଦ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଓଡ଼ିଆ ଶିକ୍ଷାଦାନ କାର୍ଯ୍ୟକ୍ରମର ପର୍ଯ୍ଯବେକ୍ଷଣ କରିଥିଲେ । ସେ ପୈକିନ, ଭୁତେଲ ଡିହି, ମହଦା, ଝିଲମିଲା, ସରାଇପାଲିର ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ଫେରିବା ସମୟରେ ସୋହେଲା ବ୍ଲକ ପଣ୍ଡକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ବିଦ୍ୟାଳୟ ତରଫରୁ ସ୍ବାଗତ କରାଯାଇଥିଲା ।