ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଠାରେ ଜିଲ୍ଲା ସ୍ତରୀୟ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି। ଏନେଇ ଶନିବାର ଦିନ କୁଚିଣ୍ଡା ଠାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଏକ ରାଲି ବାହାରି ଟାଉନ ପରିକ୍ରମା କରିଥିଲା। ପରେ ସନ୍ଧ୍ୟା ପାଞ୍ଚଟାରେ ଆୟୋଜିତ ସଭା ରେ ପଞ୍ଚାୟତି ରାଜ୍ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ବିପ୍ଳବୀ ବୀର ବିର୍ସା ମୁଣ୍ଡାଙ୍କ ତ୍ୟାଗ ଓ ସନ୍ଘର୍ଷକୁ ସ୍ମରଣ କରିବା ସହ ତାଙ୍କ ବଳିଦାନ କୁ ମନେ ପକାଇଥିଲେ। ଏହି ଅବସର ରେ ଜନଜାତି ପରିବାରଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା।