ଲାଞ୍ଜିଗଡ: ମାଚୁଲ ଗାଁରେ ଜଙ୍ଗଲି ହାତୀ ଉପଦ୍ରବ,ମକା ଓ ଧାନ ଫସଲ ମାଡି ନଷ୍ଟ କଲେ।
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ପୁର ରେଞ୍ଜ ମୂଷାନାଳ ସେକ୍ସନ ମାଚୁଲ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ନିକଟସ୍ଥ ଜାମଚୁଆଁ ଜଙ୍ଗଲରେ ୨୨ ଟିକିଆ ହାତୀପଲ ରହିଥିବା ବେଳେ ଗତ ରାତିରେ ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତର ମାଚୁଲ ଗାଁରେ ଥିବା ମେରୁ ମାଝୀ,କରୁଣା ମାଝୀ ଓ ଜାମଚୁଆଁ ଗାଁର ଧାନୀ ମାଝୀ ଓ ଗୁରୁଦ୍ଧନ ହରିଜନଙ୍କ ୨ ଏକର ମକା ଓ ଜମିରେ ଥିବା ୫ ଏକର ରୁ ଉର୍ଦ୍ଧ୍ବ ଧାନ ଫସଲକୁ ମାଡ଼ି ଚକଟି ନଷ୍ଟ କରି ଦେଇଛନ୍ତି।ଏମାନେ ବହୁ କଷ୍ଟରେ ଧାର ଉଧାର କରି ମକା ଓ ଧାନ ଚାଷ କରିଥିଲା।ବର୍ତ୍ତମାନ ଏମାନଙ୍କ ଧାନ କ୍ଷେତକୁ ହାତୀ ମାଡି ଚକଟି ନଷ୍ଟ କରିଦେଇଛି।