ବୀରମିତ୍ରପୁର: ନୂଆଗାଁ ବ୍ଲକର ବିସପୁରରେ ନାଗସାପକୁ ଉଦ୍ଧାର କରି ବନବିଭାଗକୁ କରାଗଲା ଖବର।
ନୂଆଗାଁ ବ୍ଲକର ବିସପୁରରେ ସାପଟିଏ ଉଦ୍ଧାର କରି ବନବିଭାଗକୁ ଖବର ଦିଆଯାଇଛି।ପ୍ରାପ୍ତିସୂଚନାନୁସାରେ ବିସପୁରରେ ରିଝନ୍ ସିଂହଙ୍କ ଘରେ ସାପ ଥିବାର ଦେଖି ଗୋପାଳ ସିଂହ ନୂଆଗାଁର ସ୍ନେକମାଷ୍ଟର ଜୟସଙ୍କର ଠାକୁରଙ୍କୁ ଖବର ଦେଇଥିଲେ।ଖବର ପାଇ ଜୟସଙ୍କର ଠାକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ କୌଶଳ ପ୍ରୟୋଗ କରି ସାପଟିକୁ ଧରିବାରେ ସଫଳ ହୋଇଥିଲେ।ସାପଟି ନାଗସାପ ଓ ଲମ୍ବା ପ୍ରାୟ ସାଢେ଼ ୩ଫୁଟ ବୋଲି ଜଣାପଡିଛି।ସାପଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିବା ସୂଚନା ମିଳିଛି।