ନର୍ଲାବ୍ଲକ୍ ଅଧିନ କର୍ମେଗାଁ ଗ୍ରାମ ପଞ୍ଚାୟତ ଅଧିନ କର୍ମେ ଓ ମୁରସିଙ୍ଗ୍ ଗ୍ରାମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ସରକାରୀ ରିହାତିରେ ହିତାଧିକାରୀ ମାନେ କରିଥିବା କୁକୁଡା ଫାର୍ମକୁ ବିଭାଗୀୟ ଅଧିକାରୀ ମାନେ ଶନିବାର ଅପରାହ୍ନରେ ପରିଦର୍ଶନରେ ଆସିଥିଲେ। ଉକ୍ତ ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ (CDVO) ଡା. ନିରୋଧ ଚନ୍ଦ୍ର କଅଁର, କୃଷି ସହକାରୀ ଯନ୍ତ୍ରୀ ଅଜୟ ମାରାଣ୍ଡି ଓ ନୋଡାଲ୍ ଅଫିସର କେଦାରନାଥ ଖମାରୀ ପ୍ରମୁଖ ପରିଦର୍ଶନ କରି ଥିବା ସୁଚନା।